ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ପଦକ୍ଷେପ : ୧୫ଲକ୍ଷରୁ ଅଧିକ ଟଙ୍କା ଜବତ

0

ଭୁବନେଶ୍ୱର :୨୦୧୯ ଲୋକସଭା ନିର୍ବାଚନ ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଶନିବାର ସୁଦ୍ଧା ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ପୁଲିସ ପକ୍ଷରୁ ୧୫ ଲକ୍ଷ ୪୭ ହଜାର ୬୧୦ ଟଙ୍କା ଜବତ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୧୫୩ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି । ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୦୭/୧୧୬ ଅନୁସାରେ ୨୦ ହଜାର ୨୯୧ ଜଣଙ୍କୁ ଅଟକ ରଖା ଯାଇଛି । ଲାଇସେନ୍ସ ପ୍ରାପ୍ତ ୩୪୪୫ଟି ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନ ନିକଟରେ ଜମା ଦିଆଯାଇଛି। ଲାଇସେନ୍ସ ନ ଥିବା ୮୦ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ରାଜ୍ୟ ପ୍ରଶାସନ ଦ୍ୱାରା ୧୩୨ କି.ଗ୍ରା ବିସ୍ଫୋରକ ମଧ୍ୟ ଜବତ କରାଯାଇଛି । ସେହିପରି ୫୦୧୮୦.୯୮୦ ବଲ୍କ୍‍ ଳିଟର ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୩୪ ଲକ୍ଷ ୮ ହଜାର ୯୯୬ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଦର୍ଶ ଆଚରଣ ବିଧି ଉଲଂଘନ କରି ଯାନବାହାନ ଅପବ୍ୟବହାର ହେଉଥିବାରୁ ବିଭିନ୍ନ ଗାଡି ମାଲିକଙ୍କ ବିରୁଦ୍ଧରେ ୧୮୧ଟି ମାମଲା ରୁଜୁ କରାଯାଇଛି।

Leave A Reply