ଘର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଚୋରି

0

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଭବାନୀପୁର କଲେଜଗଳିରେ ରହୁଥିବା ଚାନ୍ଦୁଆ ବ୍ୟବସାୟୀ ସଞ୍ଜୀବ କୁମାର ଅଗ୍ରୱାଲାଙ୍କ ଘରର ତାଲା ଭାଙ୍ଗି କେହି ଦୁର୍ବୁତ୍ତ ମଙ୍ଗଳବାର ୯୦ ହଜାର ଟଙ୍କା ସମେତ ୧୫ଭରିରୁ ଅଧିକ ପରିମାଣରର ସୁନା ଅଳଙ୍କାର ଚୋରି କରି ନେଇଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ପ୍ରାପ୍ତ ସୂଚନା ଅନୁଯାଇ, ଆଜି ସକାଳ ୧୦ଟାରେ ସଞ୍ଜୀବ ଘରର ତାଲା ପକାଇ ପରିବାର ସହ ଭୁବନେଶ୍ୱର ଯାଇଥିଲେ। ତେବେ ସଂନ୍ଧ୍ୟାରେ ସେ ଘରକୁ ଫେରିବା ପରେ ତାଙ୍କ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। କେହି ଦୁର୍ବୁତ୍ତ ତାଙ୍କ ଘରର ଗ୍ରୀଲ ତାଲାକୁ ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରିବା ସହ ବେଡ୍‍ ରୁମରେ  ଥିବା ଆଲମିରା ମଧ୍ୟରେ ରଖାଯାଇଥିବା ୧୫ଭରିରୁ ଅଧିକ ପରିମାଣର ବିଭିନ୍ନ ସୁନା ଅଳଙ୍କାର ସମେତ ନଗଦ ୯୦ ହଜାର ଟଙ୍କା ଚୋରି କରି ନେଇଥିବା ସୂଚନା ମିଳିଛି। ଏସଂପର୍କରେ ସେ ରାତିରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର କେହି ଏଥିରେ ସଂପୃକ୍ତ ଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ସେହିପରି ଗତକାଲି ରାତିରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଶିରିଆପୁର-ପଦାସାହିର ପ୍ରମୋଦ କୁମାର ନନ୍ଦଙ୍କ ଅଗଣାରେ ରଖାଯାଇଥିବା ଏକ ହିରୋ ଗ୍ଲାମର ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Leave A Reply