ଶସ୍ତା ଚୁକ୍ତି; ତ୍ୱରିତ୍‍ ଯୋଗାଣ ରାଫେଲକୁ ନେଇ ସିଏଜିଙ୍କ ଗଣିତ

0

ନୂଆଦିଲ୍ଲୀ: ରାଫେଲ ଦୁର୍ନୀତି ହଙ୍ଗାମା ମଧ୍ୟରେ ରାଜ୍ୟସଭାରେ ଏହି ଯୁଦ୍ଧ ବିମାନ ଚକ୍ତି ସମ୍ବନ୍ଧୀୟ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ଏହି ରିପୋର୍ଟ ଅନୁଯାୟୀ ପୂର୍ବ ୟୁପିଏ ଅପେକ୍ଷା ଏନଡିଏର ରାଫେଲ ଚକ୍ତି ଶସ୍ତା ଥିଲା ବୋଲି ଦର୍ଶାଯାଇଛି। ଆସନ୍ତୁ ଜାଣିବା ରାଫେଲକୁ ନେଇ ସିଏଜିଙ୍କ ଗଣିତ କ’ଣ କହୁଛି।
୧.ଏନଡିଏ ସରକାରଙ୍କ ରାଫେଲ ଡିଲ ବିଗତ ସରକାରଙ୍କଠାରୁ ୨.୮୬ପ୍ରତିଶତ ଶସ୍ତା।
୨. ସମ୍ପୂର୍ଣ୍ଣ ପ୍ରସ୍ତୁତ ବିମାନର ମୂଲ୍ୟ ୟୁପିଏ ଓ ଏନଡିଏର ଚୁକ୍ତିରେ ସମାନ ମୂଲ୍ୟ ଆକଳନ କରାଯାଇଛି।
୩. ମୋଦୀ ସରକାର ଯେଉଁ ୯ ପ୍ରତିଶତ ଶସ୍ତାରେ ରାଫେଲ ଚୁକ୍ତି କରିଛନ୍ତି ବୋଲି ଦର୍ଶାଇଥିଲେ ତାହାକୁ ସିଏଜି ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି।
୪. ସିଏଜି ରିପୋର୍ଟରେ ରାଫେଲ ବିମାନର ମୂଲ୍ୟ ଦର୍ଶାଯାଇ ନାହିଁ।
୫. ବର୍ତ୍ତମାନ ସରକାରରେ ୩୬ଟି ରାଫେଲ ବିମାନ ଓ ବିଗତ ସରକାରଙ୍କ ୧୨୬ଟି ବିମାନ ମଧ୍ୟରେ ମୋଟ୍‍ ୧୭.୦୮ପ୍ରତିଶତ ଟଙ୍କା କମିଛି।
୬. ପ୍ରତିରକ୍ଷା ବିଭାଗକୁ ଏକାଧିକ ପର୍ଯ୍ୟାୟରେ ଏହି ଡିଲକୁ ତର୍ଜମା କରିବାରେ ବ୍ୟାପକ ପ୍ରଚେଷ୍ଠା କରିବାକୁ ପଡ଼ିଛି।
୭. ପୂର୍ବ ଚୁକ୍ତିରେ ରାଫେଲ ବିମାନ ଯୋଗାଣ ୭୨ମାସ ମଧ୍ୟରେ ହେବାକୁ ଥିବାବେଳେ ନୂଆ ଚୁକ୍ତି ମୁତାବକ ଏହା ୭୧ମାସ ମଧ୍ୟରେ ଯୋଗାଣ ହେବ।
୮. ସିସିଏସଙ୍କ ସମ୍ମୁଖରେ ସେପ୍ଟେମ୍ବର ୨୦୧୬ରେ ସୋବରନ ଗ୍ୟାରେଣ୍ଟି ଓ ଲେଟାର ଅଫ କମ୍ଫର୍ଟ ଦାଖଲ କରାଯାଇଛି। ଏଥିରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଲେଟାର ଅଫ କମ୍ଫର୍ଟ ପ୍ରଦାନ କରିବାକୁ ନିୟମାବଳୀ ରହିଛି।
୯. ପ୍ରଥମ ପର୍ଯ୍ୟାୟର ୧୮ଟି ରାଫେଲ ବିମାନ ଚୁକ୍ତି ସମୟସୀମାର ୫ମାସ ପୂର୍ବେ ଭାରତ ପହଞ୍ôଚଯିବ।
୧୦. ପ୍ରତିରକ୍ଷା ମନ୍ତ୍ରଣାଳୟ ଜାନୁୟାରୀ ୨୦୧୯ରେ ଦେଇଥିବା ସୂଚନା ମୁତାବକ ବିମାନର ଅଧାର ମୂଲ୍ୟ ୨୦୦୭ରେ ୧୨୬ଟି ବିମାନ ଚୁକ୍ତି ତୁଳନାରେ ୯ ପ୍ରତିଶତ କମ୍‍ ବୋଲି ପ୍ରକାଶ କରାଯାଇ ଥିଲା।

Leave A Reply