ମୋବାଇଲ ଫୋନ ନେଲା ଜୀବନ : ଚାର୍ଜରେ ବସାଇ କଥା ହେଉଥିବା ବେଳେ ବିସ୍ଫୋରଣ

0

ଝାରସୁଗୁଡ଼ା : ଆମ ଜୀବନରେ ଏବେ ମୋବାଇଲର ବ୍ୟବହାର ଏତେ ବଢ଼ି ଯାଇଛି ତାହା କଳ୍ପନା କରାଯାଇ ନ ପାରେ। ଭଳିକି ଭଳି ନାମୀଦାମୀ ମୋବାଇଳ ବ୍ୟବହାର କରିବାକୁ ଆଜିର ଯୁବବର୍ଗଙ୍କ  ମନରେ ଆଗ୍ରହ ବୃଦ୍ଧି ପାଇଛି। ତେବେ ଏହି ମୋବାଇଲ ଜଣେ ୧୯ ବର୍ଷ ବୟସ୍କା ଯୁବତୀର ପ୍ରାଣ ଯାଇଛିୂ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କେରିଆକାନୀ ଗାଁର ଉମା ଓରାମଙ୍କର ମୋବାଇଳ ଯୋଗୁଁ ଜୀବନ ଯାଇଛି। ସେ ମୋବାଇଲ ଚାର୍ଜରେ ବସାଇ କଥା ହେଉଥିଲେ। । ଏହି ସମୟରେ ମୋବାଇଲ ବିସ୍ଫୋରଣ ଘଟିଥିଲା। ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପହିଛି।

Leave A Reply