ହସ୍ପିଟାଲରେ ଡିଜେ ବଜାଇବା ଘଟଣା : ଭୀମସାର ନିର୍ଦ୍ଦେଶକଙ୍କ ତଦନ୍ତ ନିର୍ଦ୍ଦେଶ

0

ବୁର୍ଲା : ବୁର୍ଲା ଭୀମସାର ହସ୍ପିଟାଲରେ ଡିଜେ ସାଉଣ୍ଡ ବଜାଇବା ଘଟଣାରେ ମଙ୍ଗଳବାର ଭୀମସାର ନିର୍ଦ୍ଦେଶକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଭୀମସାରରେ ସମ୍ବେଦନଶୀଳ ଆଶୁଚିକିତ୍ସା ବିଭାଗ ସମ୍ମୁଖରେ ରହିଥିବା ଏକ୍ସରେର ଉପର ମହଲାରେ ଡିଜେ ବଜାଇ ନୃତ୍ୟ କାରାଯାଉଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁଯାୟୀ, ହସ୍ପିଟାଲର ରେଡ଼ିଓ ଲୋଜି ବିଭାଗରେ ଡିଏମଆରଟି ଛାତ୍ରଛାତ୍ରୀମାନେ କୌଣସି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଡିଜେ ବଜାଇ ନାଚଗୀତ କରୁଥିଲେ । ଏନେଇ ବୁର୍ଲା ୟୁଥ ଏଗେନଷ୍ଟ କର୍ପୋରେସନ ସଭାପତି ପ୍ରଭାସ ପୃଷେଠ ବୁର୍ଲା ଭୀମସାର ନିର୍ଦ୍ଦେଶକକୁ ଭେଟି ଅଭିଯୋଗ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଆଜି ଭୀମସାର ନିର୍ଦ୍ଦେଶକ ପ୍ରଫେସର ବିଜୟ କୁମାର ହସ୍ପିଟାଲ ଅଧକ୍ଷକଙ୍କୁ ତଦନ୍ତ ନିର୍ଦ୍ଧେଶ ଦେବା ସହ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply