ବୁନ୍ଦି ରାଇତା

0

ଆବଶ୍ୟକ ସାମଗ୍ରୀ :
ଦହି- ୨୫୦ଗ୍ରାମ
ବୁନ୍ଦି- ଅଧ କପ
କ୍ଷୀର/ପାଣି- ଅଧ କପ
ଲୁଣ- ସ୍ୱାଦ ଅନୁସାରେ
ଲଙ୍କା ଗୁଣ୍ଡ-୧ ଛୋଟ ଚାମଚ
ଜୀରା ଗୁଣ୍ଡ- ୧ଚାମଚ
ପୁଦିନା ଗୁଣ୍ଡ- ୧ ଚାମଚ
ଚିନି- ୧ ଚାମଚ


ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଛୋଟ ଛୋଟ ବୁନ୍ଦି ନିଅନ୍ତୁ। ୧କପ ଗରମ ପାଣିରେ ଲୁଣ ପକାଇ ବୁନ୍ଦିକୁୁ କିଛି ସମୟ ଭିଜାଇ ଦିଅନ୍ତୁ। ତାପରେ ଗୋଟିଏ ପାତ୍ରରେ ଦହି ନେଇ ସେଥିରେ କ୍ଷୀର,ଲୁଣ,ଚିନି ଓ ପୁଦିନା ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ଭିଜାଇ ଥିବା ବୁନ୍ଦିକୁ ପାଣିରୁ କାଢି ଭଲ ଭାବରେ ଚିପୁଡ଼ି ଦିଅନ୍ତୁ। ତାପରେ ସେଥିରେ ଦହିକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ମିଶ୍ରଣକୁ ୧ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ। ୧ଘଣ୍ଟା ପରେ ଫ୍ରିଜରୁ କାଢି ସେଥିରେ ଲଙ୍କା ଗୁଣ୍ଡ ଓ ଜୀରା ଗୁଣ୍ଡ ପକାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ବୁନ୍ଦି ରାଇତା। ଏହାକୁ ଆପଣ ପୁରି ଓ ପରଟା ସହ ଖାଇ ପାରିବେ।

Leave A Reply