ଭାଇର ତୀର ମାଡ଼ରେ ଭାଇ ଗୁରୁତର

0

ଆନନ୍ଦପୁର/ଘସିପୁରା : ଏକ ଘରୋଇ କଳିକୁ କେନ୍ଦ୍ରକରି ଘସିପୁରା ଥାନା ଅନ୍ତର୍ଗତ ବରଗୋଠ ଗ୍ରାମରେ ସାନଭାଇର ତୀରମାଡରେ ବଡଭାଇ ଗୁରୁତର ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କୌଣସି ଏକ ଘରୋଇ କଳିକୁ କେନ୍ଦ୍ରକରି ବରଗୋଠ ଗ୍ରାମର ଗମା ଗୟା ସହିତ ତାଙ୍କର ସାନ ଭାଇ ଦାସ ଗୟା ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ପରେ ଏହି ଘଟଣାକୁ ନେଇ କ୍ରମଶଃ ଉ​‌େ​‌ତ୍ତଜନା ପ୍ରକାଶ ପାଇବା ସହ ସାନଭାଇ ବଡଭାଇ ଉପରକୁ ତୀର ମାଡ କରିବାରୁ ତୀରଟି ବଡଭାଇର ପଛପାଖ ପିଠିରେ ଲାଗିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କୁ
ପ୍ରଥମେ ଆନନ୍ଦପୁର ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।

Leave A Reply