ଦୁର୍ନୀତି ଅଭିଯୋଗରେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଗିରଫ

0

ରିଓ ଡି ଜେନେରିଓ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ମାଇକେଲ ତେମରଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ୭୮ ବର୍ଷୀୟ ତେମରଙ୍କ ବିରୁଦ୍ଧରେ ଅନେକ ଦୁର୍ନୀତି ମାମଲା ରହିଥିବା ବେଳେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ପୁଲିସ ତାଙ୍କୁ ସାଓ ପାଓଲୋରୁ ଗିରଫ କରିଛି। ବୃତ୍ତିରେ ଓକିଲାତି କରୁଥିବା ରାଷ୍ଟ୍ରପତି ମାଇକେଲ ତେମରଙ୍କୁ ପୂର୍ବରୁ ଗିରଫ ପାଇଁ ଯୋଜନା ହୋଇଥିଲେ ମଧ୍ୟ ରାଷ୍ଟ୍ରପତି ମାନ୍ୟତା ହେତୁ ସେ ଗିରଫ ହେବାରୁ ବର୍ତ୍ତି ଯାଇଥିଲେ। ଅପରେସନ କାର ୱାସ ତଦନ୍ତର ଅଂଶ ବିଶେଷ ଭାବେ ଅନ୍ୟ ସାତ ଜଣଙ୍କୁ ପୂର୍ବରୁ ଗିରଫ କରାଯାଇ ସାରିଛି। ରାଷ୍ଟ୍ରପତି ତେମରଙ୍କ ବିରୁଦ୍ଧରେ ଅନେକ ଗୁଡିଏ ଦୁର୍ନୀତି ଅଭିଯୋଗ ଥିବା ବେଳେ, ଏକ ନିର୍ମାଣ କମ୍ପାନୀଠାରୁ ୧ ମିଲିଅନ ଡଲାର ଲାଞ୍ଚ ନେଇଥିବା ଜଣାପଡିଛି। ସେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ।

Leave A Reply