ବ୍ରହ୍ମୋସ କ୍ଷେପଣାସ୍ତ୍ରର ଦ୍ୱିତୀୟ ସଫଳ ପରୀକ୍ଷଣ

0

ବାଲେଶ୍ୱର: ଆଜି ବାଲେଶ୍ୱରର ଚାନ୍ଦିପୁରରୁ ବ୍ରହ୍ମୋସର କ୍ରମାଗତ ଦ୍ୱିତୀୟ ଥର ପାଇଁ ସଫଳ ପରୀକ୍ଷଣ କରାଯାଇଛି । ପୂର୍ବାହ୍ନ ୧୧.୩୫ମିନିଟ୍‌ରେ ଚାନ୍ଦିପୁର ସ୍ଥିତ ଇଣ୍ଟରିମ୍‌ ଟେଷ୍ଟ ରେଞ୍ଜର ୩ନଂ ଲଞ୍ଚ୍‌ ପ୍ୟାଡ଼ରୁ ପରୀକ୍ଷଣ କରାଯାଇଛି । ସୋମବାର ଦିନ ଚାନ୍ଦିପୁରରୁ ବ୍ରହ୍ମୋସର ସଫଳ ପରୀକ୍ଷଣ କରାଯାଇଥିଲା । ତିନି ମାର୍ଗରୁ ଶତ୍ରୁପକ୍ଷର ବିମାନକୁ ଲକ୍ଷ୍ୟ ଭେଦ କରି ପାରୁଥିବା ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତ ଓ ରୁଷ୍‌ର ମିଳିତ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହି କ୍ଷେପଣାସ୍ତ୍ର ୨୯୦କିମି ଦୂର ଲକ୍ଷ୍ୟ ଭେଦ କରିପାରିବ । ୨୮ଫୁଟ ଲମ୍ବ ଓ ୨ଫୁଟ୍‌ ଗୋଲେଇ ବିଶିଷ୍ଟ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଓଜନ ୩ହଜାର କିଲୋଗ୍ରାମ। ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର କାର୍ଯ୍ୟକ୍ଷମ ଅବଧି ୧୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ପରୀକ୍ଷା ନିରୀକ୍ଷା ଚାଲିଥିଲା। ଆଜିର ପରୀକ୍ଡିଷଣ ପରେ ଡିଆରଡିଓ ବୈଜ୍ଞାନିକମାନେ ସେ ସମ୍ପର୍କରେ ନିଶ୍ଚିତ ହୋଇଛନ୍ତି। ଅର୍ଥାତ୍‌ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମୋସ୍‌ ପରୀକ୍ଷଣ କରାଯାଇପାରିବ।

ଏଥିପୂର୍ବରୁ ଗତ ମାର୍ଚ ୨୨ ତାରିଖରେ ପୋଖରାନଠାରେ ସୁଖୋଇ ବିମାନରୁ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ କରାଯାଇଥିଲା। ଏହି ସଫଳ ପରୀକ୍ଷଣ ପରେ ୨୦୨୦  ସୁଦ୍ଧା ୪୦ଟି ସୁଖୋଇ ଯୁଦ୍ଧ ବିମାନକୁ ବ୍ରହ୍ମୋସ୍‌ ଉତ୍‌କ୍ଷେପଣ ଲାଗି ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସିଥାରମଣ କହିଥିଲେ। 

Leave A Reply