ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବମିଖାଲ ଓଭରବ୍ରିଜ

0

 

ଭୁବନେଶ୍ଵର : ବହୁ ପ୍ରତୀକ୍ଷିତ ବମିଖାଲ ଓଭରବ୍ରିଜ ଶେଷରେ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଏହାକୁ ଉଦଘାଟନ କରିଛନ୍ତି । ବମିଖାଲରୁ କଟକ-ପୁରୀ ରୋଡ ଏବଂ ସହିଦ ନଗରକୁ ଏହି ସେତୁ ସଂଯୋଗ କରୁଛି।

୨୦୧୨ରୁ ଓଭରବ୍ରିଜର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୪ରେ ଏହା ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ନିର୍ମାଣ ସରିବାକୁ ୭ବର୍ଷ ଲାଗିଯାଇଛି। ଏହି ଓଭରବ୍ରିଜ ନିର୍ମାଣରେ ପ୍ରାୟ ୪୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଆପ୍ରୋଚରୋଡକୁ ମିଶାଇ ଓଭରବ୍ରିଜର ଲମ୍ବ ୧୫୪୧ ମିଟର ରହିଥିବା ବେଳେ ଓସାର ୭.୫ ମିଟର ରହିଛି । ଏହି ବ୍ରିଜ ନିର୍ମାଣ ସମୟରେ ଦୁଇ ଦୁଇ ଥର ଅଘଟଣ ଘଟି ୨ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଏହି ଓଭରବ୍ରିଜ ଚର୍ଚ୍ଚାରେ ରହିଥିଲା।

ଉଦଘାଟନ ପାଇଁ ଦୁଇ-ତିନି ଦିନ ଧରି ଓଭରବ୍ରିଜକୁ ଆଲୋକମାଳାରେ ସଜାଯାଇଥିଲା। ଏହି ଓଭରବ୍ରିଜ ଉଦଘାଟିତ ହେବା ପରେ ସଂପୃକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

Leave A Reply