ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଘଟଣାର ପର୍ଦ୍ଦାଫାଶ, ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ମାଷ୍ଟର ମାଇଣ୍ଡ

0

କଟକ:   ବହୁ ଚର୍ଚ୍ଚିତ ପାଟଣାଗଡ  ବୋମା ବିସ୍ପୋରଣ ଘଟଣାର ପର୍ଦ୍ଦାଫାଶ ହୋଇଛି । ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୁଲିସ ଡିଜି ଆର୍‌ ପି ଶର୍ମା କହିଛନ୍ତି ।ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲା ଓ ଘଟଣାରେ ମୃତ୍ୟୁ ବରଣ କରିଥିବା ସୌମ୍ୟ ଶେଖରଙ୍କ ମାଆ ଗୋଟିଏ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାମ କରୁଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପଦକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଥିଲା । ଏହାପରେ ସେ ଏପରି କରିବା ପାଇଁ ଯୋଜନା କରିଥିବା ଆଶଙ୍କା କରାଯାଉଛି । ଏବେ ତଦନ୍ତ ଅନ୍ତିମ ପର୍ଯ୍ୟାୟରେ ରହିଛି ।

କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ ଏବେ ରାୟପୁର ଅଧିକ ତଦନ୍ତ ପାଇଁ ଯାଇଛି । ପୁଞ୍ଜଲାଲାଙ୍କ ଘର ଉପରେ ଚଢଉ କରାଯାଇଥିଲା  ଓ ସେଠାରୁ ବାରୁଦ ଜବତ କରିଥିଲା ।  ଫେବ୍ରୁଆରୀ ୨୩ ତାରିଖରେ  ସୌମ୍ୟ ଶେଖରଙ୍କ ଘରକୁ ଏକ ଗିଫ୍ଟ ପ୍ୟାକେଟ ଆସିଥିଲା । ସୌମ୍ୟଙ୍କର ବିବାହ ହୋଇଥିବାରୁ ଏହି ଗିଫ୍ଟ ପ୍ୟାକେଟ ଆସିଥିବା ସେ ଭାବିଥିଲେ । ରାୟପୁରରୁ ଏହି ପ୍ୟାକେଟ ଆସିଥିଲା ।  ସୌମ୍ୟଶେଖର, ତାଙ୍କ ପତ୍ନୀ ରିମା ସାହୁ ଓ ସମ୍ପର୍କୀୟ ଜେଜମା ଥିଲେ ।  ପ୍ୟାକେଟ ଖୋଲିବା ସମୟରେ ବିସ୍ପୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର  ତାଙ୍କ ଜେଜ ମାଙ୍କ ମୃତ୍ୟୁ ହୋଇଥିଲା । ରୀମା ଚିକିତ୍ସାପରେ ସୁସ୍ଥ ହୋଇଥିଲା । ଏହି ଘଟଣାର ବିଭିନ୍ନ ଦିଗରୁ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରିଥିଲା । ୨ ମାସ ପରେ ଏହି ମାମଲାର ପର୍ଦ୍ଦାଫାଶ ହୋଇଛି ।

 

Leave A Reply