ବଜ୍ରାଘାତରେ ୪ ଗୁରୁତର

0

ବଲାଙ୍ଗୀର: ବଲାଙ୍ଗୀର ସଇଁତଳା ଥାନା ଖଇରାମାଳରେ ବଜ୍ରାଘାତରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସକାଳ ପ୍ରାୟ ସାଢେ ସାତଟା ବେଳେ ଏହି ଅଘଟଣ ଘଟିଛି । ରଜନୀ ବରିହା (୬୦), ରମେଶ ବରିହା (୪୫), ଦେବରାଜ ଆଡ୍‌ଜୁଏଡ୍‌ (୩୮) ଏବଂ ରତ୍ନା ବରିହା ବିଲରେ ଚାଷ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ସେମାନେ ଗୁରୁତର ଆହତ ହୋଇ ପଡ଼ିଥିଲେ ।
ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଡ଼ାକ୍ତରଖାନା ତରଫରୁ ସ୍ଥାନୀୟ ଥାନାରେ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି ।

Leave A Reply