ଅନୁକମ୍ପା ରାଶି ପ୍ରଦାନ କରିବାକୁ ଯାଇ ହଟହଟ୍ଟା ହେଲେ ମନ୍ତ୍ରୀ, ସାଂସଦ ଓ ବିଧାୟକ

0

ଜଗତସିଂହପୁର: ମହାକାଳପଡ଼ାର ନିପାଣିଆ ନିକଟରେ ଡଙ୍ଗାବୁଡି ଘଟଣାରେ ମୃତକଙ୍କ ପରିବାରଙ୍କୁ ଅନୁକମ୍ପା ରାଶି ଦେବାକୁ ଯାଇ ମନ୍ତ୍ରୀ, ସାଂସଦ ଓ ବିଧାୟକ ହଟହଟ୍ଟା ହୋଇଛନ୍ତି । ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ଶୁକ୍ରବାର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ କୁଳମଣି ସାମଲ ଓ ଦେବାଶିଷ ସାମନ୍ତରାୟ ଜଗତସିଂହପୁର ଜିଲା ହସିଣା ଗାଁରେ ପହଞ୍ଚିଥିଲେ । ହେଲେ ଗ୍ରାମବାସୀମାନେ ୪ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ଏହା ସହ ସ୍ଥାନୀୟ ସରପଞ୍ଚକୁ ନ ଜଣାଇ ତରବରିଆ ଭାବରେ କାହିଁକି ସହାୟତା ବଣ୍ଟା ଯାଉଛି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଅତିରିକ୍ତ ତହସିଲଦାରଙ୍କ ହସ୍ତକ୍ଷେପ ପରେ ମୃତକଙ୍କ ପରିବାରକୁ ଚେକ୍‌ ପ୍ରଦାନ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ବୁଧବାର ସଂଧ୍ୟାରେ ମହାକାଳପଡ଼ାର ନିପାଣିଆ ନିକଟରେ ଡ଼ଙ୍ଗା ବୁଡ଼ି ୯ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ପରେ ମୃତ୍ୟୁ ସଂଖ୍ୟା ୧୦କୁ ପହଞ୍ଚିଛି । ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

Leave A Reply