ବେଆଇନ ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ, ୨ ମୃତ ଓ ୨ ଗୁରୁତର

0

ରାଉରକେଲା: ଜଲଦା ବେଆଇନ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ ଘଟିଛି । ଏଥିରେ ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବେଆଇନ ପଥର ଖଣି ଚଳାଉଥିବା ଖାଦନ ମାଲିକ ଘଟଣାସ୍ଥଳରୁ ଫେରାର ଅଛନ୍ତି । ହାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

Leave A Reply