ବାଣ ବିସ୍ଫୋରଣରେ ଜଣେ ମୃତ, ଜଣେ ଗୁରୁତର

0

ନେମାଳ: ବାଣ ବିସ୍ପୋରଣରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଏହି ଅଭାବନୀୟ ଘଟଣା କଟକ ଜିଲ୍ଲା କିଶନନଗର୍ ଥାନା ବୋଇଲ ଗ୍ରାମରେ ଘଟିଛି । ଆଜି ସକାଳୁ ୬୫ ବର୍ଷୀୟା ଦେବେନ୍ଦ୍ର ସାମଲ ଓ ତାଙ୍କ ନାତି ସମ୍ବିତ୍ ସାମଲ ନିଜର ଏକ ଚାଳ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ଘଟିଥିଲା । ଯାହା ଫଳରେ ଦୁଇ ଜଣ ଗୁରୁତର ହୋଇଥିଲେ । ତୁରନ୍ତ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଅଜା ଦେବେନ୍ଦ୍ର ସାମଲଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି । ଏହି ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ପୁଲିସ ଅଧିକାରୀ କହିଛନ୍ତି ।

Leave A Reply