କହୁଣି ଓ ଗଣ୍ଠିରୁ କଳାଦାଗ ଦୂର କରିବାର ଘରୋଇ ଉପଚାର

0

କହୁଣି,ଆଣ୍ଠୁ ଓ ପାଦର ଗଣ୍ଠି ସାଧାରଣତଃ ତ୍ଵଚାଠାରୁ ଅଧିକ କଳା ହୋଇଥାଏ । ଏହି କଳା ଦାଗ ଦୂର କରିବା ପାଇଁ ଅନେକ କସମେଟିକ୍ କ୍ରିମ୍‌ ବଜାରରେ ମିଳୁଥିଲେ ମଧ୍ୟ ଏହାର ବିଶେଷ ସୁଫଳ ମିଳିନଥାଏ । ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି କହୁଣି, ଆଣ୍ଠୁ ଓ ପାଦର ଗଣ୍ଠିରୁ କଳାଦାଗ ଦୂର କରି ହେବ ।

କାକୁଡ଼ି ଓ ତେନ୍ତୁଳି:
କାକୁଡ଼ି ରସ ଓ ତେନ୍ତୁଳି ୨ଟି ନେଇ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ । ତାପରେ କହୁଣି ଓ ଆଣ୍ଠୁ ଗଣ୍ଠିରେ ତାକୁ ଭଲ ଭାବରେ ଲଗାଇ ଦିଅନ୍ତୁ । ୧୫ମିନିଟ୍‌ ପରେ ଧୋଇ ଦିଅନ୍ତୁ ।

ନଡ଼ିଆ ତେଲ:
ପ୍ରତି ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ କହୁଣି ଓ ଆଣ୍ଠୁ ଗଣ୍ଠିରେ ନଡ଼ିଆ ତେଲ ମାଲିସ୍‌ କରନ୍ତୁ ନଡ଼ିଆ ତେଲରେ ଲାରିକ୍‌ ଏସିଡ଼ ଓ ପ୍ରୋଟିନ୍‌ ଥିବାରୁ ତାହା ଶୁଷ୍କ ତ୍ୱଚାକୁ ଠିକ୍‌ କରିଥାଏ ।


କ୍ଷୀର ଓ ମହୁ:
ଗୋଟିଏ ଛୋଟ ପାତ୍ରରେ ଅଳ୍ପ କ୍ଷୀର ନେଇ ସେଥିରେ ମହୁ ମିଶାନ୍ତୁ । ମିଶ୍ରଣକୁ ନେଇ କହୁଣି ଓ ଗୋଇଠିରେ ଭଲ ଭାବରେ ମାଲିସ୍‌ କରନ୍ତୁ । ୧୦ମିନିଟ୍‌ ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।


ଲେମ୍ବୁ ରସ:
ରାତିରେ ଶୋଇବା ପୂର୍ବରୁ କହୁଣି ଓ ଗୋଇଠିରେ ଲେମ୍ବୁ ରସକୁ ଭଲ ଭାବରେ ମାଲିସ୍‌ କରନ୍ତୁ । ସକାଳୁ ଉଠି ଭଲ ଭାବରେ ଧୋଇ ଦିଅନ୍ତୁ ।
ଏହି ସବୁ ଘରୋଇ ଉପାୟ ଦ୍ୱାରା କହୁଣି ଓ ଗୋଇଠିରୁ କଳାଦାଗ ଛଡ଼ାଇ ପାରିବା ।

Leave A Reply