ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ; ପୁଲିସ ସହ ମୁହାଁମୁହିଁ

0

ଭୁବନେଶ୍ବର : ବିଜେପି ଯୁବ ମୋର୍ଚ୍ଚା ଗୁରୁବାର ବିଧାନସଭା ଘେରାଉ କରିଛି । ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟା ଓ ସରକାରଙ୍କର ଯୁବ ମାରଣ ନୀତି  ବିରୁଦ୍ଧରେ ଏହି ବିକ୍ଷେଭ ପ୍ରଦର୍ଶନ କରାଯାଇଛି। । ହଜାର ହଜାର ଯୁବ ମୋର୍ଚ୍ଚା କର୍ମୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ବିଜେପି ଯୁବ ମୋର୍ଚ୍ଚା କର୍ମୀ ବିଧାନସଭା ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ  ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା।

ସୂଚନାଯୋଗ୍ୟ  ଗତ ୧୯ ବର୍ଷ ମଧ୍ୟରେ ରୋଜଗାର ସୃଷ୍ଟି କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି । ରାଜ୍ୟରେ ବେକାର ସମସ୍ୟା ବୃଦ୍ଧି ପାଇଛି ଓ ଯୁବକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଛନ୍ତି ବୋଲି ସେ କହିଛନ୍ତି।

Leave A Reply