ରାଜ୍ୟ ବିଜେପିର ୪୦ ଜଣିଆ ତାରକା ପ୍ରଚାରକ ତାଲିକା

0

ଭୁବନେଶ୍ଵର : ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ବିଜେପି ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସଭାପତି ଅମିତ୍ ଶାହାଙ୍କୁ ସାମିଲ କରାଯାଇଛି। ସେହିପରି ୨ ଜଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରଘୁବର ଦାସ ମଧ୍ୟ ଏଥିରେ ସାମିଲ ଅଛନ୍ତି। ସେହି ପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଚଳଚ୍ଚିତ୍ର ଅଭିନେତା ମିହିର ଦାସ ପ୍ରମୁଖ ଏହି ତାରକା ପ୍ରଚାରକଙ୍କ ତାଲିକା ତାଲିକାରେ ସ୍ଥାନ ପାଇଛନ୍ତି।

ରାଜ୍ୟ ବିଜେପି ମୁଖ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ମହା ମିଶ୍ରଣ ପର୍ବରେ ୩ ବିଜେଡି ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ସମେତ ଜିଲ୍ଲା ପରିଷଦ ସଦସ୍ୟ, କର୍ମୀ ମିଶିବା ପରେ ରାଜ୍ୟ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ,  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କରୀ ପ୍ରମୁଖ ସାମିଲ ହୋଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସ୍ମୁତି ଇରାନୀ, ପ୍ରକାଶ ଜାଭଡେକର ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କୁ ମଧ୍ୟ ତାରକା ପ୍ରଚାରକଙ୍କ ତାଲିକାରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସଂପାଦକ ସୁରେଶ ପୂଜାରୀ,  ମୁଖପାତ୍ର ସମ୍ବିତ ପାତ୍ର, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ, ଗିରିଧର ଗମାଙ୍ଗ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଶ୍ଵଭୂଷଣ ହରିଚନ୍ଦନ, କେଭି ସିଂହ ଦେଓ, ଡାକ୍ତର ଦାମୋଦର ରାଉତ, ହେମା ମାଳିନୀ, ମହାଶ୍ଵେତା, ଅପରାଜିତ, ଅନୁ, ଶ୍ରୀତମ, ମିହିର ଦାସଙ୍କୁ ସାମିଲ କରାଯାଇଛି।

ସୂଚନାଯୋଗ୍ୟ ​‌ଦୀର୍ଘ ୧୯ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଗାଦିଚ୍ୟୁତ କରିବା ପାଇଁ  ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଦଳର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଜଣାପଡିଛି। ଏନେଇ ନୂଆଦିଲ୍ଲୀରେ ଘନ ଘନ ବୈଠକ ଜାରି ରହିଛି।

Leave A Reply