ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ

0

କଳାପଥର : ବାଙ୍କୀ ବ୍ଳକ ସରଣ୍ଡା ଜୋନ ଅନ୍ତର୍ଗତ ଅଂଶୁପା ବାଲୁଙ୍କେଶ୍ୱର ଦେବଙ୍କ ପିଠରେ ରବିବାର ରବିବାର ବିଜେପିର ଏକ ଦଳିୟ ମିଶ୍ରଣ କାର୍ଯ୍ୟକ୍ରମ,ବୃକ୍ଷରୋପଣ ଓ ସାଙ୍ଗଠନିକ ଦକ୍ଷତାକୁନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ ଜିଲ୍ଲା କୃଷକ ମୋର୍ଚ୍ଚାର ଉପ ସଭାପତି ଜୟନ୍ତ କୁମାର ବେହେରା ଯୋଗ ଦେଇଥିଲେ। ଦଳିୟ କାର୍ଯ୍ୟକ୍ରମକୁ ସୁଦୃଢ କରିବାପାଇଁ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା। ବ୍ଳକ ଅଧିନସ୍ଥ ୮ ଟି ପଞ୍ଚାୟତର ଶତାଧିକ କର୍ମୀ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେଇଙ୍କ ସ୍ମୃତି ଉଦେଶ୍ୟରେ ଏକ ପ୍ରାର୍ଥନା ସଭା ହୋଇଥିଲା। ବାଙ୍କୀ ନିର୍ବାଚନ ମଣ୍ଡଳିର ବରିଷ୍ଠ ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢିଙ୍କ ନେତୃତ୍ୱରେ ସ୍ଥାନୀୟ କଦଳିବାଡିର ବିଜେଡି କର୍ମ୍ମି ପ୍ରଫୁଲ ସାହୁ, ପ୍ରଭାକର ପ୍ରଧାନ ,ସମିର ପ୍ରଧାନ ,ପୁର୍ଣ୍ଣଚନ୍ଦ୍ର ରାଉତ, ଶରତ ପ୍ରଧାନ,ସୁବାସ ପ୍ରଧାନ,ଶରତ ବେହେରା ଓ ମାଳ ବିହାରପୁର ଗ୍ରାମର ଶିଶିର ବେହେରା ,ଶିବ ରାଉତଙ୍କ ସମେତ ଘୋଳପୁର ଗ୍ରାମର ଶତାଧିକ ବିଜେଡି କର୍ମ୍ମି ବିଜେପିରେ ସାମିଲ ହୋଇଥିବା ଘୋଷଣା କରାଯାଇଛି।

Leave A Reply