ଏମଏସପି ବୃଦ୍ଧି ଦାବିରେ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

0

ନୂଆଦିଲ୍ଲୀ : ଧାନର ସର୍ବନିମ୍ନ ସାହୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜୁ ଜନତା ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ  ଦଳର ସାଂସଦ, ମନ୍ତ୍ରୀ ଓ ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତକରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ନେଇ ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା।

ତେବେ ଧାନର ସର୍ବନିମ୍ନ ସାହୟକ ମୂଲ୍ୟ ବୃଦ୍ଧି ଦାବି କରି ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ କୃଷକ ଅଧିକାର ସମାବେଶ ଅନୁଷ୍ଠିତ ହୋଇଥିଲା।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କୃଷକ ବିରୋଧୀ ବୋଲି ବର୍ଣ୍ଣନା କରିଥିଲେ। ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। କାଳିଆ ଯୋଜନାରେ ଭାଗଚାଷୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଚାଷୀ ଉପକୃତ ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିନାହାନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ସମାବେଶରେ ଦଳର ସାଂସଦ, ବିଧାୟକ, ମନ୍ତ୍ରୀ, ବରିଷ୍ଠ ନେତା ଓ ସମର୍ଥକମାନେ ସମାବେଶରେ ଯୋଗ ଦେଇଥିଲେ।

Leave A Reply