ଦ୍ବିତୀୟ ଦିନରେ ବିଜେଡିର ରାଜ୍ୟବ୍ୟାପୀ ବିକ୍ଷୋଭ

0

କଟକ: ବର୍ଦ୍ଧିତ ତୈଳ ଦରକୁ ନେଇ ବିଜେଡିର ତିନି ଦିନିଆ ରାଜ୍ୟବ୍ୟାପୀ ବିକ୍ଷୋଭ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ବିଭିନ୍ନ ଜିଲାରେ ବିଜେଡିକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢିବାରେ ଲାଗିଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର କମ୍ ହାଇଥିଲେ ମଧ୍ୟ ଦେଶର ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହେଲାଣି । ଏହାର ପ୍ରତିବାଦରେ ରାୟଗଡା ଓ ବ୍ରହ୍ମପୁର ଜିଲାର ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିକର୍ମୀମାନେ ଧାରଣାରେ ବସିଛନ୍ତି । ସେହିପରି ପୁରୀ ଜିଲା ସଦର ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ଗତକାଲି ତୈଳ ଦର ବୃଦ୍ଧି ପ୍ରତିବାଦରେ ଗତକାଲି ବିଜେଡି କାର୍ଯ୍ୟକର୍ତ୍ତମାନେ ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲେ । ବିଜେଡିର ଏକ ୩୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave A Reply