ରୋଡ଼ ରୋମିଓଙ୍କୁ ପାନେ, ବିଚ୍‍ ରାସ୍ତାରେ ଯୁବକଙ୍କୁ ପିଟିଲେ ଯୁବତୀ

0

ଭୁବନେଶ୍ୱର : ରାଜଧାନୀର ରସୁଲଗଡ଼ ଜିଜିପି କଲୋନୀ ଅଞ୍ଚଳରେ ଜଣେ ଯୁବତୀ ୨ ଜଣ ରୋଡ଼ ରୋମିଓଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜିଜିପି କଲୋନୀ ଅଞ୍ଚଳରେ ରବିବାର ଯୁବତୀଙ୍କୁ କିଛି ଯୁବକ ଅଶୀଳ କମେଣ୍ଟ କରିବା ସହ ପିଛା କରିଥିଲେ। ସେହି ସମୟରେ ଯୁବତୀ ଜଣକ ଅଟକି ଯାଇ ୨ ଯୁବକଙ୍କୁ ଗାଳି ଗୁଲଜ କରିଥିଲେ। ପରେ ସ୍ଥାନୀୟଲୋକେ ଏକାଠି ହୋଇଥିଲେ। ଯୁବତୀ ଜଣଙ୍କ ଲୋକଙ୍କ ସମ୍ମୁଖରେ ୨ ରୋମିଓଙ୍କୁ ମାଡ଼ ମାରିବା ସହ ଉଠବସ୍‍ କରାଇଥିଲେ। ଘଟଣା ସମୟର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply