ଆକ୍ରମଣକାରୀ ଭାଲୁକୁ ଗୁଳି କରି ହତ୍ୟା କଲା ବନବିଭାଗ

0

କେନ୍ଦୁଝର: ସଦର ରେଂଜ ଅନ୍ତର୍ଗତ ଖାଡ଼ିଆଡ଼ିହା ଗାଁରେ ଭାଲୁ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ହୋଇଛନ୍ତି । ଭାଲୁ ଆକ୍ରମଣ​‌ରେ ଜଣେ ବନବିଭାଗ କର୍ମଚାରୀ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ପରେ ବାଧ୍ୟ ହୋଇ  ବନବିଭାଗ ପକ୍ଷରୁ ଉକ୍ତ ଭାଲୁଟିକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply