ସ୍ୱାମୀ ଦେହରେ କିରାସିନି ଢାଳି ନିଆଁ ଲଗାଇଲା ସ୍ତ୍ରୀ

0

ଭଦ୍ରକ : ଭଦ୍ରକରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଣାବଜାର ଥାନା ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀ ସ୍ୱାମୀ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୁରୁଣାବଜାର ଡାକଚୁକିଆ ମହଲାର ସେକ ଇସମାଇଲ (୩୦) ଶନିରାର ରାତିରେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୨ଟାରେ ସ୍ତ୍ରୀ ରିଙ୍କି ବିବି ଇସମାଲିଲ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ତେବେ ପଡିଶା ଲୋକ ଚିତ୍କାର ଶୁଣି ଇସମାଲଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ଇସମାଇଲଙ୍କ ଦେହର ଅର୍ଦ୍ଧାଧିକ ଅଂଶ ପୋଡିଯାଇଛି। ଇସମାଇଲଙ୍କ ବାପା ଥାନାରେ ଅଭିଯୋଗ ଦେବା ପରେ ପୁଲିସ ରିଙ୍କିଙ୍କ ବାପା ଓ ଭିଣୋଇଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିଛି।

Leave A Reply