ଭଲ ବର୍ଷା ପାଇଁ ବେଙ୍ଗ ବିବାହ

0

ନୂଆଦିଲ୍ଲୀ:   ମୌସୁମୀ  ଆସିଯାଇଥିଲେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେଉନାହିଁ । ଏଥିପାଇଁ  ଚାଷକାମ ବି ଠିକ୍‌ ଭାବରେ ହେଉ  ନାହିଁ । ମଧ୍ୟପ୍ରଦେଶର ଛତରପୁର ସହରରେ ଭଲ ବର୍ଷା ନ ହେବାରୁ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।  ଏଠାକାର କିଛି ସ୍ଥାନୀୟ ବାସିନ୍ଦା ପରମ୍ପରା ଅନୁଯାୟୀ ବେଙ୍ଗ ବିବାହ କରିଛନ୍ତି । ରାଜ୍ୟ ସରକାରରର ଜଣେ ମନ୍ତ୍ରୀ ବି ଏହି ବିବାହ ସମାରୋହରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଉତ୍ତର ପ୍ରଦେଶର ବାରଣାସୀ  ସହରରେ  ବେଙ୍ଗଙ୍କ ବିବାହ ଦେଖିବାକୁ ମିଳିଛି ।

ବାରଣାସୀରେ ହୋଇଥିବା ବେଙ୍ଗ ବିବାହରେ ପ୍ଲାଷ୍ଟିକ ବେଙ୍ଗକୁ ବ୍ୟବହାର କରାଯାଇଥିଲା ।  ଏବେ  ଦେଶରେ ବିଭିନ୍ନ ଅଂଶରେ ମୌସୁମୀ ସକ୍ରିୟ ହୋଇ ନାହିଁ । ଏଥିପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖାଦେଇଛି । ଏହାର ଆୟୋଜକମାନେ ବର୍ଷା ପାଇଁ ଏପରି କରୁଥିବା କହିଛନ୍ତି । ଏପରି କରିବା ଦ୍ୱାରା ଇନ୍ଦ୍ର୍ ଦେବ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।

ବେଙ୍ଗ ବିବାହ ପରେ ଅତିଥିମାନଙ୍କୁ ଖାଦ୍ୟ ପରଷା ଯାଇଥିଲା । ଭଲ ବର୍ଷା ପାଇଁ ଏଠାକୁ ଆସିଥିବା ଅତିଥିମାନେ ଇନ୍ଦ୍ରଦେବଙ୍କୁ ପ୍ରାର୍ଥନା କରିଥିଲେ ।

Leave A Reply