ମୃତ୍ୟୁ ପୂର୍ବର ଅନୁଭବ

0

କାହିଁ କେଉଁକାଳରୁ ମୃତ୍ୟୁ ପରର ରହସ୍ୟ ଉନ୍ମୋଚନ କରିବା ଚେଷ୍ଟାରେ ବିଶେଷଜ୍ଞମାନେ ଚେଷ୍ଟା କରୁଛନ୍ତି। ଏଯାବତ୍ ଏ ସମ୍ପର୍କିତ ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ। ନ୍ୟୁଜିଲାଣ୍ଡର ୭୮ ବର୍ଷୀୟ ଗ୍ରେଗେନ୍ ନିକ୍ ନାମକ ଜନୈକ ଗବେଷକ ୨୯ ବର୍ଷ ମୃତ୍ୟୁ ପରର ଘଟଣା ଉପରେ ଗବେଷଣା କରି ବିଭିନ୍ନ ତଥ୍ୟମାନ ପ୍ରକାଶ କରିଛନ୍ତି। ଗ୍ରେଗେନ ବିଭିନ୍ନ ବର୍ଗ ଓ ବୟସର ୧୦ହଜାରରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ଲୋକ ଥିଲେ। ଭିଡିଓ ରେକର୍ଡିଂ ସହ ଏମାନଙ୍କ ଗତିବିଧି ସବୁକିଛି ଦୃଷ୍ଟିରେ ରଖାଯାଇଥିଲା। ମୃତ୍ୟୁ ପୂର୍ବର ଅନୁଭବକୁ ସେ ଏହିପରି ଭାବେ ବର୍ଣ୍ଣନା କରିଛନ୍ତି।

ଅଧିକାଂଶ ବୟସ୍କ ଲୋକ ମୃତ୍ୟୁର କିଛି ସମୟ ପୂର୍ବରୁ କହିଥିଲେ ଯେ ଆତ୍ମୀୟସ୍ବଜନଙ୍କ ମଧ୍ୟରେ ମା’ଙ୍କ ଆତ୍ମାକୁ ଅନୁଭବ କରିପାରନ୍ତି। ଗ୍ରେଗେନ୍ ଦୁର୍ଘଟଣାର କିଛି ସମୟ ପରେ ପ୍ରାଣ ହରାଇଥିବା ଲୋକଙ୍କ ମତ ମଧ୍ୟ ନେଇଥିଲେ। ସମାନ ମତ ମଧ୍ୟ ସେମାନେ ଦେଇଛନ୍ତି। ମୃତ୍ୟୁର କିଛିଦିନ ପୂର୍ବରୁ ଲୋକଙ୍କୁ ଅନେକ କିଛି ଅସ୍ପଷ୍ଟ ଦୃଶ୍ୟମାନ ହୁଏ। ଅକାଳରେ ପ୍ରାଣ ହରାଉଥିବା ଲୋକଙ୍କ ମତ ଗ୍ରେଗେନ୍ ନିଜ ତଥ୍ୟରେ ପ୍ରକାଶ କରିନାହାନ୍ତି।

Leave A Reply