ବୀରାପାନ୍ନାକୁ ମାରିଥିବା ଓ  ମାଓବାଦୀଙ୍କୁ ନିପାତ କରିଥିବା ଦବଙ୍ଗ ଅଧିକାରୀ ଏବେ କାଶ୍ମୀରରେ

0

ନୂଆଦିଲ୍ଲୀ: ବୀରାପାନ୍ନାକୁ ମାରିବା ସହ ମାଓବାଦୀଙ୍କ ଗଡକୁ ବିଧ୍ୱଂସ କରିଥିବା ଦକ୍ଷ ପୁଲିସ ଅଧିକାରୀ କେ ବିଜୟ କୁମାରଙ୍କୁ ଏବେ କାଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି ।    କେ ବିଜୟ କୁମାରଙ୍କ ନେତୃତ୍ୱରେ ଏସ୍‌ଆଇଟି  ତାମିଲନାଡୁରେ ବୀରାପାନ୍ନାକୁ ମାରିବାରେ ସଫଳ ହୋଇଥିଲା ଏହାପରେ ସେ ବିଏସ୍‌ଏଫ୍‌ ଆଇଜି ଓ ସିଆରପିଏଫ୍‌ ଡିଜି ଭାବେ ଦାୟୀତ୍ୱ ତୁଲାଇଥିଲେ । ସେ କିଛି ବର୍ଷ ପାଇଁ କାଶ୍ମୀରରେ କାର୍ଯ୍ୟ କରିଥିଲେ । ।,ସେହିପରି  ଛତିଶଗଡ କ୍ୟାଡର ଆଇଏଏସ୍‌ ଅଧିକାରୀ ବିଭିଆର୍‌ ସୁବ୍ରମଣ୍ୟମଙ୍କୁ  ଜମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ବିଭି ବ୍ୟାସଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି ।

ଉପତ୍ୟାକାରେ ବିଜେପି ଓ ପିଡିପି ମେଣ୍ଟ ଭାଙ୍ଗିବା ପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟ୍ୟକ୍ଷତାରେ ନିଯୁକ୍ତିଦାତା କମିଟି ୧୯୮୭ ବ୍ୟାଚ ଆଇପିଏସ୍‌ ଅଧିକାରୀ  ବିଭିଆର୍‌ ସୁବ୍ରମଣ୍ୟମଙ୍କୁ ଜମ୍ମୁ କାଶ୍ମୀରରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

Leave A Reply