ବରୁଣେଶ୍ୱର ମହୋତ୍ସବ ବିବାଦର ସମାଧାନ

0

ଯାଜପୁର : ଯାଜପୁର ଜିଲା ବିଂଝାରପୁର ବରୁଣେଶ୍ୱର ମହୋତ୍ସବ ଆୟୋଜନକୁ ନେଇ ଦେଖା ଦେଇଥିବା ବିବାଦରେ ଶନିବାର ଜିଲାପ୍ରଶାସନ ହସ୍ତକ୍ଷେପ କରିଛନ୍ତି । ପୂର୍ବରୁ ଏହି ଆୟୋଜନକୁ ନେଇ ଅରେଇ ପଂଚାୟତ ସରପଂଚ ଓ ବରୁଣେଶ୍ୱର ଉନ୍ନୟନ ପରିଷଦ ମଧ୍ୟରେ ବିବାଦ ନେଖା ଦେଇଥିଲା । ଏପରିକି ମହୋତ୍ସବ ପାଇଁ ଆଦାୟ ହେଉଥିବା ଟଙ୍କାକୁ ଉନ୍ନୟନ ପରିଷଦ ହଡପ କରିଥିବା ଅଭିଯୋଗ ହେବା ପରେ ଉନ୍ନୟନ ପରିଷଦ ପକ୍ଷରୁ ଏହାର ସ୍ପଷ୍ଟିକରଣ ରଖାଯାଇଛି । ପରିଷଦ ଏଭଳି ଅଭିଯୋଗକୁ ଭିତିହିନ ଓ ଉଦ୍ଦେଶ୍ୟ ମୂଳକ ବୋଲି ଉନ୍ନୟନ ପରିଷଦ ପକ୍ଷରୁ କୁହାଯାଇଛି । ଉନ୍ନୟନ ପରିଷଦ ପକ୍ଷରୁ ବାବା ବରୁଣେଶ୍ୱର ପୀଠର ବହୁତ କିଛି ଉନ୍ନତି ହୋଇଥିବା ସଫେଇ ଦିଆଯାଇଛି । ସେପଟେ ମହୋତ୍ସବ ଆୟୋଜନ ନେଇ ମାନ୍ୟବର ହାଇକୋର୍ଟଙ୍କ ରାୟକୁ କାର୍ୟ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ମହୋତ୍ସବର ସବୁ ଆୟୋଜନ ଜିଲାପାଳଙ୍କ ତଦାରଖରେ ହେବାକୁ ମାନ୍ୟବର ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସେଥିପାଇଁ ମହୋତ୍ସବରେ ବ୍ୟବସାୟୀଙ୍କ ଠାରୁ ତହସିଲ ପ୍ରଶାସନ ପକ୍ଷରୁ ରସିଦ ଦେଇ ଅର୍ଥ ଆଦାୟ ଆରମ୍ଭ କରିଛି । ଯାହାକୁ ଉନ୍ନୟନ ପରିଷଦ ପକ୍ଷରୁ ସ୍ୱାଗତ କରାଯାଇଛି ।

Leave A Reply