କୁଅଁରେ ପଡି ୩ ବାର୍ହା ମୃତ

0

ଗଂଜାମ: ଦିଗପହଣ୍ଡି ବନାଞ୍ଚଳ ଭୁଷୁଂଡ଼ା ଗ୍ରାମର ଏକ ପଦର ଜମିର କୂଅରେ ୩ଟି ବାରହା ପଡ଼ିଯାଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଭୁଷୁଂଡ଼ା ଗ୍ରାମ ଠାରୁ ଭୀମଦେବପୁର କୁଣିଆଁ ଗାଁ ମାଟି ରାସ୍ତାଟି ସଂପ୍ରତି ପିଚୁ ରାସ୍ତା କାମ ହେଉଛି । ରାସ୍ତା କାମରେ ନିୟୋଜିତ ଥିବା ଶ୍ରମିକମାନେ ଦୁର୍ଗନ୍ଧ ହେବା ଯୋଗୁଁ ପାଖ ଆଖରେ ଥିବା କୂଅ ଗାଡ଼ିଆ ଖୋଜା ଖୋଜି କରିଥିଲେ । ରାସ୍ତା ପାର୍ଶ୍ବରେ ପଦର ଜମିର କୂଅରେ ୩ଟି ବାରହା ପଡ଼ିଯାଇ ମୃତ୍ୟୁ ଘଟିଥିବା ନେଇ ଭୂଷୁଂଡ଼ା ଗାଁକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ବନ ବିଭାଗ କର୍ମଚାରୀଙ୍କ ବାର୍ହାଙ୍କ ମୃତଦେହ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
କୂଅରୁ ବାରହା ୩ଟି ଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରାଯିବା ସହିତ ମୃତ ବାରହା ମାନଙ୍କୁ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯିବ ବୋଲି କହିଛନ୍ତି । ସଂପୃକ୍ତ ଅଞ୍ଚଳରେ ବାରହାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି । ଚାଷୀ ମାନଙ୍କର ମୁଗ ଫସଲ ଅମଳ ସମୟରେ ନଷ୍ଟ ହେଉଥିବା ହେତୁ ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

 

 

Leave A Reply