ବରଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା

0

ବରଗଡ: ବରଗଡରେ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଇରାସିସ ଆଚାର୍ଯ୍ୟ ଗିରଫ ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଫଳରେ ବରଗଡରେ ସମସ୍ତ ଦୋକାନ ବଜାର ସମେତ ସ୍କୁଲ,କଲେଜ ବନ୍ଦ ରହିଛି। ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିବା ଜଣା ପଡିଛି।
ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲା ଭଟଲି ଠାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗରେ ଗତକାଲି ପୁଲିସ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଇରାସିସ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ବରଗଡ଼ ଟାଉନ ଥାନାରେ ଏହାର ପ୍ରତିବାଦ କରିଥିଲେ।

Leave A Reply