ବନ୍ୟା ପାଣିରେ ଭାସି ଜଣେ ନିଖୋଜ ଅନ୍ୟ ଜଣେ ଉଦ୍ଧାର

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ର ଡଙ୍ଗରବାତାଲିମା ଗ୍ରାମର କାଳିଆ ମାଝୀ (୩୮) ଏବଂ ସିମିଲଭଟ୍ଟା ଗ୍ରାମର କୃଷ୍ଣ ମାଝୀ (୩୫) ଲାଞିଗଡ ବଜାର ରୁ ବଜାରରୁ ବଂଶଧାରା ନଦୀ ପାର ହୋଇ ନିଜ ଗ୍ରାମକୁ ଯିବା ସମୟରେ ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀ ରେ ପ୍ରବଳବେଗରେ ବନ୍ୟାଜଳ ମାଡି ଆସିଯିବାରୁ କାଳିଆ ମାଝୀ ଓ କୃଷ୍ଣ ମାଝୀ ବଂଶଧାରା ନଦୀ ରେ ଭାସିଯାଇଥିଲେ । କିଛିଦୂର ପାଣିରେ ଭାସିଭାସି ଯିବାସମୟ ରେ କୃଷ ମାଝୀ ଏକ ଗଛ ର ଡାଳ କୁ ଧରି ବଞ୍ଚି ଯାଇଥିବାବେଳେ କାଳି ମାଝୀ ପାଣି ରେ ଭାସିଯାଇଥିଲେ । ଖବର ପାଇ ସ୍ଥାନିୟ ଲୋକ ମାନେ ଆଜି ସଂଧ୍ୟା ସୁଧା ଖୋଜାଖୋଜି କରି କାଳିଆ ମାଝୀ କୁ ପାଇପାରି ନାହିଁନ୍ତି ।

Leave A Reply