ଚୁଡିକୁ ନେଇ କିଛି ଖାସ୍ ତଥ୍ୟ, ନିଶ୍ଚୟ ପଢନ୍ତୁ ବିବାହିତ ମହିଳା

0

ବିବାହିତ ମହିଳାଙ୍କ ପାଇଁ ସୌଭାଗ୍ୟର ପ୍ରତୀକ ହେଉଛି ଚୁଡି । ବିବାହ ହେଉ ଅବା ବିଭିନ୍ନ ପର୍ବପର୍ବାଣିରେ ମହିଳାମାନେ ଚୁଡି ବଦଳାଇଥାନ୍ତି । ବଜାରରେ ବିଭିନ୍ନ ରଙ୍ଗର ଚୁଡି ମିଳୁଥିବା ବେଳେ ମହିଳାମାନେ ମଧ୍ୟ ସବୁରଙ୍ଗର ଚୁଡି ପିନ୍ଧିବାକୁ ପସନ୍ଦ କରିନ୍ତି । ତେବେ ଆସନ୍ତୁ ଜାଣିବା ମହିଳାମାନେ କେଉଁ ରଙ୍ଗର ଚୁଡି ପିନ୍ଧିବା ଦ୍ବାରା ସ୍ବାମୀ ଆକର୍ଷିତ ହେବା ସହ ସୌଭାଗ୍ୟର ଅଧିକାରୀ ହୋଇଥାନ୍ତି ।

ସେହି ରଙ୍ଗଟି ହେଉଛି ନାଲି ରଙ୍ଗ । ନାଲି ରଙ୍ଗ ଶୁଭ ଓ ପ୍ରେମର ପ୍ରତୀକ ହୋଇଥାଏ । ଏହି ରଙ୍ଗର ଚୁଡି ମହିଳମାନେ ପିନ୍ଧିବା ଦ୍ବାରା ସେମାନେ ଖୁବ୍ ସୁନ୍ଦର ଲାଗିବା ସହ ସ୍ବାମୀ ତାଙ୍କ ପ୍ରତି ଶୀଘ୍ର ଆକର୍ଷତି ହୋଇଥାନ୍ତି ।

ମଙ୍ଗଳବାର ଓ ଶନିବାର ଦିନ ଚୁଡି କିଣିବା ଏବଂ ପନ୍ଧିବା ମଧ୍ୟ ଭଲ ନୁହେଁ । ଚୁଡି ପିନ୍ଧିବା ପୂର୍ବରୁ ମା ଗୌରୀଙ୍କ ନିକଟରେ ରଖି ପୂଜା କରିବା ଉଚିତ୍ । ଏପରି କରିବା ଦ୍ବାରା ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ । ଚୁଡି ପିନ୍ଧିବା ପରେ ଘରର ଗୁରୁଜନଙ୍କଠାରୁ ଆଶୀର୍ବାଦ ନେବା ଜରୁରୀ ଅଟେ।

ବିବାହିତ ମହିଳାମାନେ କେବେ ବି ଧଳା ରଙ୍ଗର ଚୁଡି ପିନ୍ଧିବା ଉଚିତ୍ ନୁହେଁ  । ଏମିତି କରିବା ଦ୍ବାରା ସ୍ବାମୀଙ୍କ ଦୁର୍ଭାଗ୍ୟ ବଢିଥାଏ ।

ବିବାହିତ ମହିଳାମାନେ କେବେ ବି ଭାଙ୍ଗି ଥିବା କିମ୍ବା ଟିକେ ବି ଫାଟିଥିବା ଚୁଡି ପିନ୍ଧିବା ଭଲ ନୁହେଁ ।

ବିବାହିତ ମହିଳାଙ୍କ ହାତ କେବେବି ଖାଲି ରହିବା ଉଚିତ୍ ନୁହେଁ । ଅତିକମରେ ଗୋଟେ ବା ଦୁଇଟି ଚୁଡି ରହିବା ଦରକାର ।

ଚୁଡି ପିନ୍ଧିବା ବେଳେ ଯଦି ସବୁ ବାହାର କରିବାକୁ ପଡୁଛି, ତେବେ ହାତରେ ପଣତ କାନି ବାନ୍ଧି ନୂଆ ଚୁଡି ପିନ୍ଧନ୍ତୁ ।

Leave A Reply