୨୪ ଘଣ୍ଟା ବିତିଲା; ନିଖୋଜ ୩ ଛାତ୍ରଙ୍କ ପତ୍ତା ମିଳୁନି

0

ବାଲେଶ୍ୱର : ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଙ୍ଗଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଶନିବାର ସକାଳ ସମୟରେ ୩ ଜଣ ଛାତ୍ର ଘରୁ ବାହାରି ବିଦ୍ୟାଳୟକୁ ଯାଇ ଆଉ ଫେରିନାହାନ୍ତି। ୩ ଜଣ ଛାତ୍ର ହେଉଛନ୍ତି କାଠ ସଙ୍ଗଡ଼ା ଗାଁର ଶିବ ନାରାୟଣ ଦାସ, ଚିନ୍ମୟ ଦାସ ଓ ଶୁଭଙ୍କର ଦାସ। ମିଳିଥିବା ସୂଚନା ଅନୁଯାୟୀ, କାଲି ସ୍କୁଲ ଯିବା ପରେ ଅହରାହ୍ନ ପର୍ଯ୍ୟନ୍ତ ଘରକୁ ୩ ଜଣ ଛାତ୍ର ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜା ଖୋଜି କରି ବିଦ୍ୟାଳୟକୁ ଯାଇଥିଲେ। ମାତ୍ର ସେଠାରେ ପିଲାଙ୍କୁ ପାଇନଥିଲେ। ଏହାପରେ ପରିବାର ଲୋକେ ଓ ଗ୍ରାମବାସୀ ରେମୁଣା ତଥା ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ ଛାତ୍ରଙ୍କର କୌଣସି ପତ୍ତା ମିଳିପାରି ନାହିଁ। ନିଖୋଜ ୩ ଛାତ୍ର ରେମୁଣା ଉଡ଼ମ୍ବର ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି।

Leave A Reply