ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ ; ୨ ମୃତ, ୨ ଗୁରୁତର

0

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ନିକଟର ଉତ୍ତରେଶ୍ୱର ଏନ୍ଏଚ୍ ୧୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ସ୍ଥାନୀୟ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ପଶ୍ଚିବଙ୍ଗ ଏଗ୍ରା ଥାନା ମିର୍ଜାପୁର ଅଞ୍ଚଳର ଜଣେ ରୋଗୀଙ୍କୁ ନେଇ ଏକ ଆମ୍ବୁଲାନ୍ସ କଟକ ବଡ଼ ମେଡିକାଲ ଅଭିମୁଖେ ଆସୁଥିବାବେଳେ ବାଟରେ ଉତ୍ତରେଶ୍ୱର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ସେଠାରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ଆସି ପିଟି ହୋଇଥିଲା । ଏଥିରେ ରୋଗୀ ବୁଲବୁଲ୍‌ ବିବି ଏବଂ ଏସ୍‌.କେ ଇକୋଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ସମ୍ପର୍କୀୟ ଏସ୍‌.କେ ଇନ୍ତାଞ୍ଜ ଏବଂ ଫତିମା ବିବି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତ ଦ୍ବୟ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

Leave A Reply