ପିଲାଚୋର ସନ୍ଦେହରେ ୬ ଜଣଙ୍କୁ ନିର୍ଧୁମ ପିଟିଲେ ଲୋକେ

0

ନୀଳଗିରି: ପିଲାଚୋର ସନ୍ଦେହରେ ୪ଅଣ ଓଡ଼ିଆଙ୍କ ସମେତ ୬ ଜଣଙ୍କୁ ରବିବାର ରାତିରେ ଲୋକେ ନିସ୍ତୁକ ମାଡ ମାରିଛନ୍ତି । ସୂଚନା ଅନୁସାରେ ନୀଳଗିରିର ହନୁମାନ ବାବାଙ୍କୁ ଦେଖା କରି ପୂଜାର୍ଚ୍ଚନା କରିବା ଉଦ୍ଦେଶ୍ୟରେ ଦିଲ୍ଲୀର ରାଜ କୁମାର, କୁଅଁରଜିତ ସିଂ, ନରେସ କୁମାର, ଶ୍ୟାମ କୁମାର ଓ ହରିୟାଣାର ରାଜ କୁମାର ନାମକ ଯୁବକମାନେ ନୀଳଗିରିକୁ ଆସିଥିଲେ । ରାତି ପ୍ରାୟ ୧୧ ଟା ବେଳେ ସେମାନେ ବାଟ ହୁଡି କାନପୁର ଜଙ୍ଗଲ ରାସ୍ତାରେ ପଶି ଯାଇଥିଲେ । ଲୋକେ ସେମାନଙ୍କୁ ପିଲା ଚୋର ସନ୍ଦେହ କରି ଘେରି ଯାଇଥିଲେ । ପରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଲୋକ ତାନ୍ତ୍ରିକ ଓ ପିଲା ଚୋର ସନ୍ଦେହରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରି ମୋବାଇଲ ଓ ଟଙ୍କା ଛଡ଼ାଇ ନେଇଛନ୍ତି । ଖବର ପାଇ ନୀଳଗିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାରେ ଆଣି ଅଟକ ରଖିଛି ।

Leave A Reply