ମେରୁଦଣ୍ଡ ସୁସ୍ଥ ରହିବାର ସରଳ ସୂତ୍ର

0

ମେରୁଦଣ୍ଡ ହାଡ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗ। ଯୋଗ ଅନୁସାରେ ଏଥିରେ ବିଭିନ୍ନ ଚକ୍ର ରହିଛି। ଶରୀରର ଅନ୍ତଃସ୍ରାବୀ ବ୍ୟବସ୍ଥା ଲାଗି ମେରୁଦଣ୍ଡର ସଂରଚନା ଖୁବ୍‍ ଉପକାରୀ। ଏଥିସହିତ ତଳିପେଟ ଏବଂ ଛାତିର ସ୍ୱାସ୍ଥ୍ୟ ନିର୍ଭର କରେ । ଏକ ସାଧାରଣ କ୍ରିୟା ଦ୍ୱାରା ମେରୁଦଣ୍ଡ ହାଡକୁ ସୁସ୍ଥ ରଖାଯାଇପାରିବ।

ପ୍ରକ୍ରିୟା:

– ଚଟାଣ ଠାରୁ ପ୍ରାୟ ୧ମିଟର ଉଚ୍ଚରେ ଏକ ଶକ୍ତ ରଶି ବାନ୍ଧିଦିଅନ୍ତୁ।

– କାନ୍ଥକୁ ସାମ୍‍ନା କରି ନିଜ ଅଣ୍ଟାରେ ଏହି ରଶିକୁ ଏପରି ବାନ୍ଧିବେ ଯେପରି ଏହା ତଳ ପିଠିର ତିନିକୋଣିଆ ଭାଗରେ ରହୁଥିବ।

– ଏବେ ରଶିକୁ ଦୁଇହାତରେ ଧରି ପଛପଟକୁ ନଇଁବେ।

– ଧୀରେଧୀରେ ପାଦ ଆଗକୁ ବଢାଇ ଏହାକୁ କାନ୍ଥରେ ଭରାଦେଇ ରଖିବେ।

– ହାତକୁ ଖସାଇ ଯେତେ ସମ୍ଭବ ସେତେ ନଇଁବା ଭଲ।

– ଗୋଡ ସଳଖ ଭାବେ ରହିବା ଜରୁରୀ।

– ଏହି ସମୟରେ ଶ୍ୱାସକ୍ରିୟା ଧୀର ରହିବା ସହ ୨୦-୩୦ ସେକେଣ୍ଡ ଏପରି ଅବସ୍ଥାରେ ରହିବେ।

– ଏବେ ଧୀରେଧୀରେ ରଶିକୁ ଧରି ଉପରକୁ ଉଠିଆସନ୍ତୁ ଏବଂ ଟିକେ ବିଶ୍ରାମ ନେଇ ଏହି କ୍ରିୟାର ପୁନରାବୃତ୍ତି କରିବେ ।

Leave A Reply