ମାଓବାଦୀଙ୍କ ପକ୍ଷରୁ ଅଡ଼ିଓଟେପ୍‍ ଜାରି

0

କଟକ: ମାଓବାଦୀଙ୍କ ପକ୍ଷରୁ ଏକ ଅଡ଼ିଓଟେପ୍ ଜାରି କରାଯାଇଛି। ପୁଲିସ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟଣାରେ ପ୍ରତିଶୋଧ ନେବାକୁ  ଏଥିରେ ଚେତାବନୀ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ମେ ୧୨ ତାରିଖ ଦିନ ବଲାଙ୍ଗୀର ବେଲପଡ଼ା ଥାନା ଅନ୍ତର୍ଗତ ଡ଼ୁଡ଼ୁକାମାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ୨ଜଣ ମାଓବାଦୀ ଡ଼ିଭିଜିନାଲ କମିଟି ମେମ୍ବର ସଞ୍ଜୀବ ଓ ଏରିଆ କମିଟି ମେମ୍ବର ରାକେଶ ନିହତ ହୋଇଥିଲେ। ସଞ୍ଜୀବଙ୍କ ନାଁରେ ୫ଲକ୍ଷ ଓ ରାକେଶଙ୍କ ନାଁରେ ୪ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।

Leave A Reply