ବୃଦ୍ଧଙ୍କୁ ଗୁଳି କରି ହତ୍ୟା ଉଦ୍ୟମ

0

କନ୍ଧମାଳ: ଗୋଚ୍ଛାପଡ଼ା ଥାନା ଅଧୀନ ବାଘପଦର ଗାଁରେ ଘଟିଛି ଅଘଟଣ। ଗ୍ରାମବାସୀ ଦିବାକର କହଁର ନାମକ ଜଣେ ବୃଦ୍ଧଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଛି। ଜମିଜମି ବିବାଦରୁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ଦିବକାର ଘର ବାହାରେ ଶୋଇଥିବା ଅବସ୍ଥାରେ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଗୁଳି କରିଥିଲେ। ତାଙ୍କ ପେଟରେ ଦୁଇଟି ଓ ଡାହାଣ ହାତରେ ଗୋଟିଏ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ଦିବାକରଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ ।

Leave A Reply