ମାନସିକ ବିକୃତ ଯୁବକର ପଥରମାଡରେ ୨ମୃତ

0

ନୟାଗଡ : ମାନସିକ ବିକୃତି ଯୁବକର ପଥର ମାଡରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ପଥର ମାଡରେ ଓଡଗାଁ ଥାନାର ଆଇଆଇସିଙ୍କ ସମେତ ୩ରୁ ଅଧିକ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁବାର ସକାଳେ ନୟାଗଡ ଜିଲା ଓଡଗାଁ ବଜାରରେ ଉକ୍ତ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡଗାଁ ବଜାରରେ ମାନସିକ ବିକୃତି ଯୁବକ ହଠାତ କିଛି ଲୋକଙ୍କୁ ଉପରକୁ ପଥର ଫିଙ୍ଗିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲା। ଆକ୍ରମଣରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ଆହତ ବ୍ୟକ୍ତିଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେ​‌ଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଯୁବକକୁ ଧରିବାକୁ ଯାଇଥିବା ଓଡଗାଁ ଆଇଆଇସି ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ମାନସିକ ବିକୃତ ଯୁବକ ଗତ ୩ଦିନ ହେବ ଉକ୍ତ ଅଞ୍ଚଳରେ ଉତ୍ପାତ ଚଲାଇଛି।

Leave A Reply