ଭକ୍ତଙ୍କୁ ଛୁରାମାଡ ଅଭିଯୋଗ

0

ପୁରୀ : ଦୁର୍ବୃତ୍ତମାନେ ଜଣେ ଭକ୍ତଙ୍କ ତଣ୍ଟି କାଟି ଦେଇଛନ୍ତି। ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଏହି ଘଟଣା ଘଟିଛି। ଭକ୍ତ ଜଣକ କଟକର ପ୍ରମୋଦ ଜେନା ବୋଲି ଜଣାପଡିଛି। ତାଙ୍କର ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ପ୍ରମୋଦ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ସୁନା ଚେନ ଓ ମନିପର୍ସ ଲୁଟ କରିଥିଲେ। ପ୍ରମୋଦ ବାଧା ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply