ନାଲାସୋପାରା ଓ ପୁଣେରେ ଏଟିଏସ୍‍ର ଚଢ଼ଉ, ଦୁଇ ସନ୍ଦିଗ୍ଧ ଗିରଫ

0
ମୁମ୍ବଇ : ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଆତଙ୍କବାଦ ନିରୋଧ ଦଳ (ଏଟିଏସ୍‍) ପକ୍ଷରୁ ଚଢ଼ାଉ କରାଯାଇଛି। ଗୁରୁବାର ରାତିରେ ପାଲଘରର ନାଲାସୋପାରା ଅଞ୍ଚଳରୁ ବୈଭବ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ଏଟିଏସ୍‍ ଗିରଫ କରିଥିବାବେଳେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ବେଳେ ପୁଣେରେ ଚଢ଼ଉ କରି ଆଉ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଉଲ୍ଲେଖ ଯେ ମୁମ୍ବଇ ଉପକଣ୍ଠ ପାଲଘରର ପଶ୍ଚିମ ନାଲାସୋପାର ଅଞ୍ଚଳର ଭଣ୍ଡାର ଅଲ୍ଲୀ ଅଞ୍ଚଳରେ ଗୁରୁବାର ରାତିରେ ଏଟିଏସ୍‍ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେଠାରେ ବୈଭବ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଏଟିଏସ୍‍ ବହୁ ଜୀବନ୍ତ ବୋମା ଓ ବୋମା ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା। ପ୍ରକାଶ ଯେ ରାଉତ ସନାତନ ସଂସ୍ଥାର ଜଣେ ପଦାଧିକାରୀ ଅଟେ ଓ ସେ ହିନ୍ଦୁ ଗୋବଂଶ ରକ୍ଷା ସମିତି ପାଇଁ କାର୍ଯ୍ୟ କରୁଛି। ଏଟିଏସ୍‍ ଗତ କିଛି ଦିନ ଧରି ବୈଭବ ରାଉତ ଉପରେ ନଜର ରଖିଥିଲା। ସନ୍ଦେହ ଦୃଢୀଭୂତ ହେବା ପରେ ଗୁରୁବାର ସନ୍ଧ୍ୟାରେ ଚଢ଼ଉ କରିଥିଲା। ବୈଭବ ସମ୍ପର୍କରେ ଅଧିକ ଜାଣିବାକୁ ପ୍ରୟାସ ଜାରି ରହିଛି। ବୈଭବଙ୍କ ଘରୁ ୮ଟି ଦେଶୀ ବୋମା ମିଳିଥିବାବେଳେ ପାଖ ଏକ ଦୋକାନରୁ ବୋମା ପ୍ରସ୍ତୁତକାରୀ ଗନ ପାଉଡ଼ର ଏବଂ ଡିଟୋନେଟର ଆଦି ସାମଗ୍ରୀ ମିଳିଛି। ପୁଣେରୁ ଗିରଫ ସନ୍ଦିଗ୍ଧଙ୍କ ସମ୍ପର୍କରେ ଅଧିକ ତଥ୍ୟ ମିଳିନାହିଁ।
Leave A Reply