ଏସିଆ କପ୍‍ ସାଇକ୍ଲିଂ : ଓଡ଼ିଶାର ସ୍ୱସ୍ତିଙ୍କୁ ସ୍ୱର୍ଣ୍ଣ

0

ନୂଆଦିଲ୍ଲୀ : ଏଠାରେ ଚାଲିଥିବା ୫ମ ଟ୍ରାକ୍‍ ଏସିଆ କପ୍‍ ସାଇକ୍ଲିଂ ପ୍ରତିଯୋଗିତାରେ ଓଡ଼ିଶାର ସ୍ୱସ୍ତି ସିଂହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଶୁକ୍ରବାର ପ୍ରତିଯୋଗିତାର ପ୍ରଥମ ଦିନରେ ମହିଳା ଜୁନିୟର ୨ କିମି ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱସ୍ତି ଏହି ଦୂରତ୍ୱକୁ ୨ ମିନିଟ ୪୧.୧୨୩ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସ୍ୱସ୍ତିଙ୍କ ବ୍ୟତୀତ ପ୍ରଥମ ଦିନରେ ଭାରତକୁ ଆଉ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜପଦକ ମିଳିଛି। ଦ୍ୱିତୀୟ ଦିନରେ ଅର୍ଥାତ ଶନିବାର ଭାରତକୁ ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟପଦକ ମିଳିଛି। ମହିଳା ଏଲିଟ୍‍ ୩ କିମି ବ୍ୟକ୍ତିଗତ ଇଭେଣ୍ଟରେ ଛାଓବା ଦେବୀ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଜିତିଥିବାବେଳେ ନୟନା ରାଜେଶଙ୍କୁ ରୌପ୍ୟ ଓ ବାଂଲାଦେଶର ସୁବର୍ଣ୍ଣା ବର୍ମାଙ୍କୁ ବ୍ରୋଞ୍ଜପଦକ ମିଳିଛି। ପୁରୁଷ ଜୁନିୟର ୩ କିମି ବ୍ୟକ୍ତିଗତ ଇଭେଣ୍ଟରେ ବିଲାଲ ଅହମ୍ମଦ ୨ୟ ସ୍ଥାନ ଅଧିକାର କରି ରୌପ୍ୟପଦକ ପାଇଛନ୍ତି। ପ୍ରତିଯୋଗିତାର ଦ୍ୱିତୀୟ ଦିନ ସୁଦ୍ଧା ଭାରତ ୪ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ଜିତିସାରିଛି। ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାରେ ୧୨ଟି ରାଷ୍ଟ୍ରର ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।

Leave A Reply