ପ୍ରଥମ ଭିନ୍ନକ୍ଷମ ମହିଳା ଭାବେ ଆଣ୍ଟାର୍କଟିକାର ସର୍ବୋଚ୍ଚ ଶୃଙ୍ଗ ଆରୋହଣ କଲେ ଅରୁଣିମା

0

ନୂଆଦିଲ୍ଲୀ : ପ୍ରଥମ ଭିନ୍ନକ୍ଷମ ମହିଳା ଭାବେ ଆଣ୍ଟାର୍କଟିକାର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଭିନସନ୍‌ ଆରୋହଣ କରିଛନ୍ତି ଭାରତର ଅରୁଣିମା ସିହ୍ନା। ୨୦୧୩ରେ ପ୍ରଥମ ଭିନ୍ନକ୍ଷମ ମହିଳା ଭାବେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ ଅରୁଣିମା।
୩୦ ବର୍ଷୀୟା ଅରୁଣିମା ଜଣେ ଜାତୀୟସ୍ତରର ଭଲିବଲ୍ ଖେଳାଳି ଥିଲେ ତେବେ ଏକ ଦୁର୍ଘଟଣାରେ ଅରୁଣିମାଙ୍କ ଗୋଡ଼ କଟିଯିବା ପରେ ସେ ପର୍ବତାରୋହଣକୁ ନିଜ କ୍ୟାରିୟର ଭାବେ ବାଛି ନେଇଥିଲେ। ଅରୁଣିମା ମାଉଣ୍ଟ ଭିନସନ୍‌ ସଫଳତା ପୂର୍ବକ ଆରୋହଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଟ୍ବିଟର୍‌ରେ ଶୁଭେଚ୍ଛା ବାର୍ତ୍ତା ଦେଇ ମୋଦୀ ଦର୍ଶାଇଛନ୍ତି ଅରୁଣିମା ସଫଳତାର ନୂଆ ଉଚ୍ଚତାକୁ ସ୍ପର୍ଶ କରିଛନ୍ତି। ତାଙ୍କ ପାଇଁ ଭାରତ ବେଶ୍‌ ଗର୍ବିତ। ନିଜ କଠୋର ପରିଶ୍ରମ ଓ ଧୈର୍ଯ୍ୟବଳରେ ଅରୁଣିମା ଅସାଧ୍ୟ ସାଧନ କରି ପାରିଛନ୍ତି। ଭବିଷ୍ୟତରେ ଅରୁଣିମା ଆହୁରି ଅନେକ ସଫଳତା ପାଇବେ ବୋଲି ଆଶା କରାଯାଉଛି।
ସୂଚାନଥାଉକି ୨୦୧୧ରେ ଅରୁଣିମା ଟ୍ରେନ୍‌ ଯୋଗେ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ବେଳେ ହଠାତ୍‌ ଦୁର୍ବୃତ୍ତ ଟ୍ରେନ୍‌ରେ ପଶି ଲୁଟତରାଜ ଆରମ୍ଭ କରିଥିଲେ। ନିଜ ସହ ସାଥୀ ଯାତ୍ରୀଙ୍କୁ ବଞ୍ଚାଇବା ନିମନ୍ତେ ଅରୁଣିମା ଦୁର୍ବୃତ୍ତଙ୍କ ସହ ଲଢେଇ କରିଥିଲେ। ତେବେ କେହି ଜଣେ ଦୁର୍ବୃତ୍ତ ଅରୁଣିମାଙ୍କୁ ଟ୍ରେନ୍‌ରୁ ପେଲି ଦେବାରୁ ସେ ରେଳଧାରଣା ଉପରେ ପଡ଼ି ଯାଇଥିଲେ। ଏହି ସମୟରେ ଅରୁଣିମା ପଡ଼ିଥିବା ରେଳଧାରଣାରେ ଆସୁଥିବା ଅନ୍ୟ ଏକ ଟ୍ରେନ୍‌ ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା। ତାଙ୍କୁ ଚିକିତ୍ସା ନିମନ୍ତେ ଏକ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ଗୋଡ଼ କାଟିବାକୁ ବାଧ୍ୟ ହୋଇଥିଲେ। ଡାକ୍ତରଖାନାରେ ୪ମାସ ଅତିବାହିତ କରିବା ପରେ ଅରୁଣିମାଙ୍କୁ ଏକ ଘରୋଇ କମ୍ପାନୀ କୃତ୍ରିମ ଗୋଡ଼ ପ୍ରଦାନ କରିଥିଲା। ସେହିପରି ରେଳବାଇ ତାଙ୍କୁ ଚାକିରି ଦେଇଥିଲା।
ଗୋଟିଏ ଗୋଡ଼ ହରାଇବା ପରେ ମଧ୍ୟ ଅରୁଣିମା ସାହସ ହରାଇନଥିଲେ। ନିଜ ଦୃଢଇଚ୍ଛା ଶକ୍ତି ତଥା ଧୈର୍ଯ୍ୟବଳରେ ଧିରେଧିରେ ଚାଲିବା ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ସେ ବଛେନ୍ଦ୍ରି ପାଲ୍‌ଙ୍କ ସଂସ୍ପର୍ଶରେ ଆସି ପର୍ବାତରୋହଣ ପ୍ରତି ଆକୃଷ୍ଟ ହୋଇଥିଲେ। ଏହାପରେ ଅରୁଣିମା ସଫଳତା ପୂର୍ବକ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ। ଏଭରେଷ୍ଟ ବ୍ୟତୀତ ସେ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ, ୟୁରୋପର ଏଲବ୍ରସ୍‌, ଅଷ୍ଟ୍ରେଲିଆର କୋସଜିସ୍‌କୋ, ଆର୍ଜେଣ୍ଟିନାର ଆକୋନକାଗୁଆ ଓ ଇଣ୍ଡୋନେସିଆର ପୁନାକ ଜାୟା ସଫଳତା ପୂର୍ବକ ଆରୋହଣ କରିଥିଲେ। ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ

Leave A Reply