୧୨୪ତମ ସମ୍ବିଧାନ ସଂଶୋଧନ ସାଧାରଣବର୍ଗ ଗରିବଙ୍କ ପାଇଁ ବଡ଼ ପଦକ୍ଷେପ: ଜେଟ୍‍ଲୀ

0

ନୂଆଦିଲ୍ଲୀ : ୧୨୪ତମ ସମ୍ବିଧାନ ସଂଶୋଧନ ସାଧାରଣବର୍ଗର ଗରିବଙ୍କ ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ କହିଛନ୍ତି । ଦାରିଦ୍ର୍ୟ ଦୂରୀକରଣ ଏହାର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଫେସ୍‍ବୁକ୍‍ ପୋଷ୍ଟରେ ଅର୍ଥନୈତିକ ଅନଗ୍ରସର ଶ୍ରେଣୀ ପାଇଁ ସଂରକ୍ଷଣ ନାମକ ଲେଖା ପୋଷ୍ଟ୍‍ କରି ଶ୍ରୀ ଜେଟ୍‍ଲୀ କହିଛନ୍ତି, ସାଧାରଣବର୍ଗର ଗରିବ ଲୋକମାନଙ୍କୁ ସ୍ୱୀକୃତି ଦେବାରେ ଏହି ବିଲ୍‍ ଏପର୍ଯ୍ୟନ୍ତ ସବୁଠୁ ବଡ଼ ପଦକ୍ଷେପ। ତେବେ ସମ୍ବିଧାନର ୧୨୪ତମ ସଂଶୋଧନ ବିଲ୍‍ ସମ୍ବିଧାନର ମୌଳିକ ଢ଼ାଞ୍ଚାରେ କୌଣସି ହସ୍ତକ୍ଷେପ କରିବ ନାହିଁ। ସେ କହିଛନ୍ତି, ସମ୍ବିଧାନର ମୁଖବନ୍ଧରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଓ ସମସ୍ତଙ୍କ ପାଇଁ ନ୍ୟାୟ ନିଶ୍ଚିତ କରାଯିବାର ବ୍ୟବସ୍ଥା ରହିଛି। ତେବେ ସମ୍ବିଧାନର ୧୨୪ତମ ସଂଶୋଧନ ବିଲ୍‍ ସମ୍ବିଧାନର ମୌଳିକ ଢ଼ାଞ୍ଚାରେ କୌଣସି ହସ୍ତକ୍ଷେପ କରିବ ନାହିଁ ବୋଲି ସେ ମତ ଦେଇଛନ୍ତି।

Leave A Reply