କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ, କିଡନୀ ଜନିତ ସମସ୍ୟାରେ ପୀଡିତ

0

ନୂଆଦିଲ୍ଲୀ:  କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଏବେ କିଡନୀ ଜନିତ ସମସ୍ୟାରେ ପୀଡିତ । ଏଥିପାଇଁ ସେ ଏପ୍ରିଲ ୩ ତାରିଖରୁ ସଂସଦରେ ନୂତନ ସଦସ୍ୟମାନଙ୍କର ଶପଥ ଗ୍ରହଣ ସାମିଲ ହୋଇ ପାରି ନାହାନ୍ତି ।  ୫୮ ଜଣ ନବ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରୁ ୫୫ ଜଣ ଶପଥ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଗତ କିଛି ଦିନ ହେଲା ଜେଟଲୀ  ବିଭିନ୍ନ ସଭା ସମିତିରେ ଯୋଗ ଦେଉ ନାହାନ୍ତି । ଆସନ୍ତା ସପ୍ତାହରେ ତାଙ୍କର ଲଣ୍ଡନ ଗସ୍ତକୁ ବାତିଲ କରାଯାଇଛି ।

 

୨୦୧୪ରେ ମଧୁମେହ ଯୋଗୁଁ  ହୋଇଥିବା ମୋଟାପଣକୁ କମାଇବା ପାଇଁ କରାଯାଇଥିବା ଅସ୍ତ୍ରୋପଚାର କାରଣରୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଖରାପ ହୋଇଥିବା ଆଶଙ୍କ କରାଯାଉଛି । ଏବେ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ କେନ୍ଦ୍ରର ଡାକ୍ତରମାନେ ତାଙ୍କର ବାସଭବନରେ ଚିକିତ୍ସା କରୁଛନ୍ତି । ବୃକକ ପ୍ରତ୍ୟାରୋପଣ କରାଯିବ କି ନାହିଁ ସେ ବିଷୟରେ  ଚିକିତ୍ସା କରୁଥିବା ଡାକ୍ତରମାନେ  କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

Leave A Reply