ଫେସବୁକରେ ଅଶ୍ଲୀଳ ଫଟୋ ଅପଲୋଡ଼୍ କରି ଯୁବକ ଗିରଫ

0

ବ୍ରହ୍ମପୁର: କନ୍ଧମାଳ ଜିଲ୍ଲା ଜି. ଉଦୟଗିରିର ଏକ ନାବାଳିକାଙ୍କ ନାମରେ ମିଥ୍ୟା ଫେସବୁକରେ ଅଶ୍ଲୀଳ ଫଟୋ ଅପଲୋଡ଼୍ କରୁଥିବା ଅଭିଯୋଗରେ  ବ୍ରହ୍ମପୁରର ସାଇବର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ପୀଡିତାଙ୍କ ପରିବାରବର୍ଗ ଏନେଇ ବ୍ରହ୍ମପୁର ସାଇବର ଥାନାରେ ଏକ ଏତଲା ଦେବା ପରେ ସାଇବର ପୁଲିସ ଟିମ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ମିଥ୍ୟା ଫେସବୁକ୍ ତିଆରି କରିଥିବା ଯୁବକ ଜଣକ ଜଟଣୀର କାର୍ତିକେଶ୍ୱର ବେହେରା ବୋଲି ପୁଲିସ ଜାଣିବାକୁ ପାଇଥିଲା ଏବଂ ଫୋନ୍ ଟ୍ରାକିଂ କରି କେରଳର ପେରୁଭାତମ୍ ଠାରେ ରହୁଥିବା ଜାଣିବା ପରେ ପୁଲିସ ଅଧିକାରୀ ଅକ୍ଷୟ ନାୟକଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ତାଙ୍କୁ ସେଠାରୁ ଗିରଫ କରିଥିଲା ।

Leave A Reply