ଆତଙ୍କ ଖେଳାଉଥିବା ଅଭିଯୋଗରେ ୬ ଗିରଫ

0

ବ୍ରହ୍ମପୁର: ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗରେ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ରାଧାକୃଷ୍ଣ ସାହୁ, ଦୀପକ ନାଏକ, ଶିବ କୁମାର ଘଣ୍ଟ, ଗୋବିନ୍ଦ ନାଏକ, ପ୍ରତୀକ କୁମାର ଦଳେଇ ଏବଂ ରାମ ଜେନା। ଗିରଫ ବେଳେ ପୁଲିସ ସେମାନଙ୍କଠାରୁ ୩ଟି ବାଇକ୍ ଜବତ କରିଛି। ଗତ ରବିବାର ଦିନ ଲାଞ୍ଜିପାଲି ଅଞ୍ଚଳରେ ଲୋକଙ୍କୁ ଧମକ ଚମକ ଦେଇ ଟଙ୍କା ଲୁଟ୍ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି।

Leave A Reply