କଫ ସିରଫ ଜବତ, ୪ ଗିରଫ

0

ନୂଆପଡ଼ା : ନୂଆପଡ଼ା ଜିଲା ଅରେଡ଼ା ଗାଁ ଛକରେ ୪୮୦ଟି କଫ ସିରଫ ବୋତଲ ଜବତ ହୋଇଛି। ବେଆଇନ ଭାବେ ଚାଲାଣ ହେଉଥିବା ୩ ପେଟି କଫ ସିରଫ ଖଡ଼ିଆଳ ପୁଲିସ ଜବତ କରିଛି। ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିଲା ବୋଲି ସୂଚନା ମିଳିଛି। ଏକ ବାଇକ ଯୋଗେ ଏହାକୁ ଚାଲାଣ କରାଯାଇଥିବା ବେଳେ ହଠାତ ପୁଲିସ ଚଢାଉ କରି ଏହି କଫ ସିରଫ ବୋତଲକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply