ପୁଣି ବଢିଲା ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳ

0

-କୂଳ ଲଂଘି ଚାଷଜମୀକୁ ମାଡିଲା ବନ୍ୟାଜଳ
– ୧୭ଦିନ ହେଲା ଆଖଣ୍ଡଳମଣି-ଯାଜପୁର ମଧ୍ୟରେ ଯାତ୍ରୀବାହି ବସ ବନ୍ଦ
-ଉଚ୍ଚ ଶିକ୍ଷାରୁ ବଞ୍ଚିତ ୨ଟି ଜିଲାର ୩୫ଛାତ୍ରଛାତ୍ର
ଆରଡି : ଝଡ ବାତ୍ୟା ‘ଡାଏ’ର ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ୨ଦିନ ହେଲା ବୈତରଣୀନଦୀରେ ଜଳସ୍ତର ବଢିବାରେ ଲାଗିଛି। ଅନ୍ୟପଟେ ହଦଗଡ ଡ୍ୟାମରୁ ପାଣି ଛଡା ଯିବା ଓ ପୂର୍ଣ୍ଣିମା ଜୁଆର ଯୋଗୁ ସାଳନ୍ଦୀ ନଦୀରେ ପୁର୍ନବାର ବନ୍ୟା ଦେଖାଦେଇଛି। ଉଭୟ ନଦୀର ସଙ୍ଗମସ୍ଥଳ ଆରଡି ଅଞ୍ଚଳ ହୋଇଥିବାରୁ ବନ୍ୟାଜଳ କୂଳ ଲଙ୍ଘି ଚାଷଜମୀକୁ ମାଡିବାରେ ଲାଗିଛି। ତାହାସହ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା, ବୋଡକ, ଅମୃତମଣୀ ଆଦି ଗାଁର ତଳିଆ ଅଞ୍ଚଳ ଗୁଡିକରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ ହୋଇଥିବାବେଳେ ନାନ୍ଦପୁର, ସୁନ୍ଦରପୁର ଓ ଆରଡି ପଞ୍ଚାୟତର ଶୀତଳପୁର, ମୁଆଁ, ସନ୍ତରା, ପାଲଟପୁର, ଦୋହରାପାଟଣା ଆଦି ନଈକୂଳିଆ ଗାଁରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁ ଲୋକମାନେ ଭୟଭିତ ହୋଇ ପଡିଛନ୍ତି। ବିଶେଷକରି ଗତ ବନ୍ୟା ଚାଷଜମୀରେ ଦୀର୍ଘ ୬/୭ଦିନ ଧରି ବନ୍ୟାଜଳ ଲହଡି ଭାଙ୍ଗିବା ଫଳରେ ସାରଦ ଧାନତଳି ୮୦/୯୦ ଭାଗ ନଷ୍ଟ ହୋଇଯାଇଛି।

Leave A Reply