ଭୟାବହ ଅଗ୍ନିକାଣ୍ଡରେ ୯ବଖରା ଜଳିଗଲା

0

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଞ୍ଚାୟତର ଖଟୁଆପାଟଣା ଗାଁରେ ଅପରାହ୍ଣ ସମୟରେ କୈାଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ୬ପରିବାରଙ୍କ ୯ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଧାମନଗର ଅଗ୍ନିଶମ ଗାଡି ପହଁଞ୍ଚିଥିଲେ ମଧ୍ୟ ଘର ମଧ୍ୟରୁ କୈାଣସି ଆସବାପତ୍ର ଉଦ୍ଧାର କରାଯାଇ ପାରିନଥିଲା।

ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ସମୟରେ ପ୍ରଥମେ ଗାଁର ଲକ୍ଷ୍ମୀଧର ଖଟୁଆଙ୍କ ଘରେ କୈାଣସି କାରଣରୁ ନିଆଁ ଲାଗିବା ପରେ ନିମିଶକ ମଧ୍ୟରେ ଏଘରରୁ ସେଘର ବ୍ୟାପି ଯାଇଥିଲା। ଫଳରେ ଅଶୋକ ଖଟୁଆ, ଶ୍ରଧର ଖଟୁଆ, ଶ୍ରୀପତି ଖଟୁଆ, ଅଭୟ ନାୟକ, ପରିମଳ ଖଟୁଆଙ୍କ ଘର ନିଆଁ ଲାଗିଥିଲା। ପରିବାର ଲୋକ ଓ ଗାଁ ଲୋକ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ବେଗ ଏପରିଥିଲା ଯେ ଗାଁ ଲୋକ ନିଆଁକୁ ଆୟତ କରି ପାରିନଥିଲେ। ଯାହାଫଳରେ ପରିବାରଙ୍କର ସମସ୍ତ ଆସବା ପତ୍ର ସମେତ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା। ଦୀର୍ଘ ଘଣ୍ଟାଏ ପରେ ଅଗ୍ନିଶମ ଗାଡି ଆସିଥିଲେ ମଧ୍ୟ ସେତେବେଳକୁ ସବୁ କିଛି ନିଛିନ୍ନ ହୋଇଯାଇଥିଲା। ଏବେ ଖୋଲା ଆକାଶ ତଳେ ୬ପରିବାର ପଡି ରହିଥିବା ବେଳେ ଆରଡି ଆର.ଆଇ ଓ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି।

Leave A Reply